Advertisement

କରୋନା ସଙ୍କଟରେ ପୃଥିବୀ: ତୃତୀୟ ବିଶ୍ୱଯୁଦ୍ଧ ପାଇଁ ରୁଷ୍‌ର ପ୍ରସ୍ତୁତି ଆରମ୍ଭ

ମସ୍କୋ,୨।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ ଚାଇନା ଏବଂ ଆମେରିକା ମଧ୍ୟରେ ନୂଟନୈତିକ ସମ୍ପର୍କ ଖରାପ ହେବାରେ ଲାଗିଛି। ଏଭଳି ସ୍ଥିତି ଜାରି ରହିଲେ ହୁଏତ ଆଗାମୀ ଦିନରେ ଆମେରିକା ଚାଇନା ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ଥିତ୍ବା ନେଇ ଚର୍ଚ୍ଚା ହେଉଛି। ଚାଇନା ସାଇବର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ସୁପର ପାଓ୍ବାର ହେବାର ଆଶା ରଖିଛି। ସେହିପରି ଆମେରିକା ମଧ୍ୟ ପ୍ରସ୍ତୁତି ଜାରି ରଖିଛି। ଆମେରିକା ଏବଂ ଚାଇନାର ଏଭଳି ପ୍ରସ୍ତୁତି ହୁଏତ ଆଗାମୀ ଦିନରେ ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁଇ ଦେଶର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ରୁଷ୍‌ ପ୍ରସ୍ତୁତି ଆରମ୍ଭ ରହିଛି। ସମ୍ପ୍ରତି ରୁଷ୍‌ ପୃଥିବୀର ସର୍ବବୃହତ୍‌ ବୋମାର ଡିଜାଇନିଂ କରିଛି। ଏହି ବୋମାକୁ ରୁଷ୍‌ର ସ୍କିଫ୍‌ ମିଜାଇଲ୍‌ରେ ସ୍ଥାପନ କରାଯିବ ବୋଲି କୁହାଯାଉଛି। ଅନ୍ତର୍ଜାତୀୟସ୍ତରରେ ହେଉଥିବା ଆଲୋଚନାକୁ ଦୃଷ୍ଟିରେ ରଖି ରୁଷ୍‌ କହିଛି ଯେ, ଏହି ବୃହତକାୟ ବୋମା ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଲାଗି ନିର୍ମାଣ କରାଯିବ। ବୋମାର ନିର୍ମାଣ କାର୍ଯ୍ୟ ନେଇ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଅବଗତ ଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share