କରୋନା ସଙ୍କଟରେ ଭାରତ ପାଖରେ ରହିଛି ଶ୍ରେଷ୍ଠ ମାନବ ସମ୍ବଳ: ଜୟଶଙ୍କର

ନୂଆଦିଲ୍ଲୀ,୧୫।୬: କରୋନା ସଙ୍କଟ ସମୟରେ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ତେବେ ଭାରତ ପାଖରେ ଶ୍ରେଷ୍ଠ ମାନବ ସମ୍ବଳ ରହିଛି। ଯାହାକିି ଆଗାମୀ ସମୟରେ ପୃଥିବୀ ଲାଗି ବେଶ୍‌ ବିଶ୍ୱାସନୀୟ ହୋଇପାରିବ। ପ୍ରୋଟେକ୍ଟରର୍ସ ଅଫ୍‌ ଇମିଗ୍ରାଣ୍ଟସ୍‌ର ୩ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର ସୋମବାର କହିଛନ୍ତି। ସେ ଭିଡ଼ିଓ କନଫରେନ୍ସିଂରେ ଏହି ସମ୍ମିଳନୀରେ ଯୋଗଦେଇ ଦକ୍ଷ ବିଶ୍ୱାସନୀୟ ଏବଂ ପ୍ରତିଦ୍ୱନ୍ଦ୍ୱିତା ମୂଳକ ସ୍ଥିତିରେ କାର୍ଯ୍ୟ ସମ୍ପାଦିତ କରୁଥିବା ଭାରତୀୟ ମାନବ ସମ୍ବଳର ପ୍ରଶଂସା କରିଛନ୍ତି।

Share