କରୋନା ସଙ୍କଟରେ ସହାୟତା ପାଇଁ ଅଣ୍ଟା ଭିଡ଼ିଛି ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୩୧।୩: ସାରା ଭାରତରେ କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି।  ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଅପରିହାର୍ଯ୍ୟ। ତେଣୁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରି ସଙ୍କଟଜନକ ସ୍ଥିତିରେ ଭାରତୀୟ ରେଲଓ୍ବେ ଲୋକଙ୍କୁ ସହାୟତା କରିବା ଲାଗି ଅଣ୍ଟା ଭିଡ଼ିଛି। ରେଲଓ୍ବେ ପକ୍ଷରୁ କିଛି ବଗିକୁ ଆଇସୋଲେଶନ ଓ୍ବାର୍ଡରେ ପରିଣତ କରାଯାଇଛି। ଏହା ସହିତ ମାସ୍କ୍‌, ସାନିଟାଇଜର ଆଦି ତିଆରି କରାଯାଇ ଲୋକଙ୍କୁ ବଣ୍ଟନ କରାଯାଉଛି। ଳୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ମଧ୍ୟ ପ୍ରସାର କରାଯାଉଛି। ଦକ୍ଷିଣ ରେଲଓ୍ବେର ତାମିଲନାଡୁର ପେରାମ୍ବୁର, ଇରୋଡ୍‌ ଏବଂ ଆର୍କୋନାମ୍‌ଠାରେ ଥିବା ରେଲଓ୍ବେର ନିର୍ମାଣ ତଥା ପ୍ରଡକଶନ୍‌ ୟୁନିଟ୍‌ରେ କରୋନା ସଂକ୍ରମିତଙ୍କ ପାଇଁ ଶଯ୍ୟା ନିର୍ମାଣ ଜାରି ରହିଛି। ସେହିପରି ଲକ୍‌ଡାଉନ୍‌ ସମୟରେ ରେଲଓ୍ବେ ପକ୍ଷରୁ ସ୍ବତନ୍ତ୍ର ପାର୍ସଲ ଭ୍ୟାନ୍‌ ଟ୍ରେନ୍‌ ଚଳାଚଳା ଜାରି ରହିଛି। ଏହାଦ୍ୱାରା ଖାଦ୍ୟ ଶସ୍ୟ, ଦୁଗ୍ଧ ଏବଂ କୋଇଲା ପରିବହନ କରାଯାଉଛି।

Share