ପାଟନା,୧୨।୪: କରୋନା ଭାଇରସକୁ ମୁକାବିଲା କରିବାକୁ ଡାକ୍ତର, ନର୍ସଙ୍କର ବିଶେଷ ଭୂମିକା ଥିବା ବେଳେ ବିହାରରେ କିନ୍ତୁ ଏଥିରେ କିଛି ମାତ୍ରାରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ବିହାରର ପାଖାପାଖି ୯ଟି ମେଡିକାଲ କଲେଜ ହସ୍ପିଟାଲର ପ୍ରାୟ ୨୩୪ ଡାକ୍ତର ସେମାନଙ୍କ କାର୍ଯ୍ୟରେ ଯୋଗ ନ ଦେଇ ଅନୁପସ୍ଥିତ ରହୁଛନ୍ତି। ବିହାର ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ କହିଛନ୍ତି, ଡାକ୍ତରଙ୍କ ବ୍ୟତୀତ ପିଏଚ୍ସି ଓ ଅନ୍ୟ ସରକାରୀ ହସ୍ପିଟାଲ ସହ ମେଡିକାଲ କଲେଜରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ଏହି ସମୟରେ ଅନୁପସ୍ଥିତ ରହୁଛନ୍ତି। ଏ ସମ୍ପର୍କରେ ସେମାନଙ୍କଠାରୁ ସ୍ବଷ୍ଟିକରଣ ମଗାଯାଇଥିବା କହିଛନ୍ତି ମୁଖ୍ୟ ସଚିବ। ଏମାନଙ୍କୁ ଗୋଟିଏ ମାସର ଅତିରିକ୍ତ ଦରମା ଦେବାକୁ ଘୋଷଣା କରାଯାଇଥିବା ବେଳେ ଏମାନେ ଅନୁପସ୍ଥିତ ରହିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ସୂଚନାଯୋଗ୍ୟ, ବିହାରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୧୮ ଜଣ ସୁସ୍ଥ ହୋଇଥିବା କୁହାଯାଉଛି।