କରୋନା ସଙ୍କଟ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇଲେ ସରକାର

ନୂଆଦିଲ୍ଲୀ,୨୩।୪: ଦେଶରେ ଜାରି ରହିଥିବା କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପକ୍ଷରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଯାଇଛି। ଏନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୦ ଜାନୁୟାରୀ ପହିଲାଠାରୁ ୧ଠାରୁ ପେନସନ ଧାରକ ଏବଂ କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। କରୋନା ସଂକ୍ରମଣ ଯୋଗୁ ଦେଖାଦେଇଥିବା ଆର୍ଥିକ ସଙ୍କଟ ପାଇଁ ୨୦୨୦ ଜୁଲାଇ ୧ଠାରୁ ମହଙ୍ଗା ଭତ୍ତା ଆଉ ଦିଆ ଯିବ ନାହିଁ। ୨୦୨୧ ଜୁଲାଇ ୧ଠାରୁ ଏହା ପୁଣି ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share