ନୂଆଦିଲ୍ଲୀ,୨୩।୫: କରୋନା ସଙ୍କଟକୁ ଟାଳିବା ଲାଗି ସରକାର ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ଦିଗରେ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ବର୍ତ୍ତମାନ ଯାଏ ସରକାର କିଛି ମାତ୍ର ପଦକ୍ଷେପ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତ ଲାଗି ସରକାର ଅନ୍ୟ ଉପାୟ ମଧ୍ୟ ଶୀଘ୍ର ହାତକୁ ନେବେ। ସାଧାରଣ ଲୋକଙ୍କ ସହାୟତା କରିବା ଲାଗି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ମୋଟ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ହେଲେ ଏହା ବାସ୍ତବିକ ଭାବେ ମୋଟ ଜିଡିପିର ୧% ହେବ ବୋଲି ବଜାରର ବିଶେଷଜ୍ଞ କହିଛନ୍ତି। ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପ ସହ ଯେଉଁ କ୍ଷେତ୍ରଗୁଡିକ ବଞ୍ଚିଯାଇଛି ସେ ଦିଗରେ ବିଭିନ୍ନ ଉପାୟ ସରକାର ବିଚାର କରୁଛନ୍ତି। ୨୦୨୦ ସୁଧାରର ବର୍ଷ ହେବ। ଯାହାବି ପଦକ୍ଷେପ ନିଆଯିବ ଏହା ଲୋକଙ୍କ ଉପକାରରେ ଆସିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।