Advertisement

କରୋନା ସଙ୍କଟ ପରେ ଚାଇନା: ୩ ଦିନରେ ବୁଲି ବାହାରିଲେ ୮.୫ କୋଟି ପର୍ଯ୍ୟଟକ

ବେଜିଂ,୪।୫: କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଏବେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଲୋକେ ନିଜର କାର୍ଯ୍ୟକ୍ଷେତ୍ରରେ ଯୋଗଦେବାକୁ ଆରମ୍ଭ କରିଛନ୍ତି। ମେ ମାସରେ ଚାଇନାରେ ହୋଇଥିବା ଛୁଟିରେ ଲୋକେ ବୁଲିବାକୁ ବାହାରିଛନ୍ତି। ଗତ ୩ ଦିନ ମଧ୍ୟରେ ୮.୫ କୋଟି ପର୍ଯ୍ୟଟକ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଛନ୍ତି। ଚାଇନା ପର୍ଯ୍ୟଟନ ମନ୍ତ୍ରଣାଳୟ ଅନୁସାରେ ଇତିମଧ୍ୟରେ ୩୭ ହଜାର କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି। ଲକ୍‌ଡାଉନ୍‌ ଉଠିବା ପରେ ଲୋକେ ଛୁଟିରେ ବୁଲିବା ଲାଗି ଯୋଜନା କରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share