ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ପାଖାପାଖି ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ୭୫୨ ଛୁଇଁଛି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରେ କରୋନା ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୬୮ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଗୁଜରାଟରେ ମୃତ୍ୟୁ ସଂଖ୍ୟା୬୦୬ରେ ପହଞ୍ଚିଛି। ସେହିପରି ମଧ୍ୟପ୍ରଦେଶରେ ମୃତକଙ୍କ ସଂଖ୍ୟା ୨୩୯ ରହିଛି। ପଶ୍ଚିମବଙ୍ଗରେ ୨୨୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରାଜସ୍ଥାନରେ ୧୨୫ ଏବଂ ଦିଲ୍ଲୀରେ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି।