କରୋନା ସଙ୍କଟ: ସ୍ବଦେଶକୁ ଫେରିବା ପାଇଁ ୩୨ହଜାର ଭାରତୀୟ ୟୁଏଇରେ କଲେ ରେଜିଷ୍ଟ୍ରେଶନ

ଆବୁଧାବି,୧।୫: କରୋନା ଭାଇରସ୍‌ ମହାସଙ୍କଟ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳିଛି। ଅନ୍ୟ ଦେଶକୁ ରୋଜଗାର ବା ଅନ୍ୟ କାର୍ଯ୍ୟ ପାଇଁ ଯାଇଥିବା ଲୋକମାନେ ଏହି ସଙ୍କଟ ଯୋଗୁ ସେଠାରେ ଫସିରହିଛନ୍ତି। ସେମାନଙ୍କୁ ଫେରାଇବା ଆଣିବା ପାଇଁ ଭାରତ ସରକାର ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଭାରତକୁ ଆସିବା ପାଇଁ ପ୍ରାୟ ୩୨ ହଜାର ଲୋକ ଭାରତୀୟ ଦୂତାବାସରେ ରେଜିଷ୍ଟ୍ରେଶନ କରାଇଥିବା ଜଣାପଡ଼ିଛି। ସୂଚନା ମୁତାବକ ବୁଧବାର ରାତିରେ ଆବୁଧାବିରେ ଥିବା ଭାରତୀୟ ଦୂତାବାସ ଲୋକଙ୍କୁ ଭାରତ ଫେରିବା ପାଇଁ ରେଜିଷ୍ଟ୍ରେଶନ୍‌ କରାଇବାକୁ କହିଥିଲେ। ଏହାପରେ ତୁରନ୍ତ ହଜାରେ ଊର୍ଦ୍ଧ୍ୱ ଲୋକ ଏକାସାଙ୍ଗରେ ଓ୍ବେବସାଇଟ୍‌ରେ ଲଗ୍‌ଇନ୍‌ କରିଥିଲେ। ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସାଇଟ୍‌ଟି କ୍ରାସ୍‌ ହୋଇଯାଇଥିଲା। ଅପରପକ୍ଷେ କେବେ ଭାରତୀୟଙ୍କୁ ସ୍ବଦେଶ ଅଣାଯିବ ସେନେଇ ଏବେ ସ୍ପଷ୍ଟ ହୋଇନାହିଁ।

Share