କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ପୌର କର୍ମଚାରୀ, ସାଧାରଣରେ ପ୍ରଶଂସା

ଖୋର୍ଦ୍ଧା ଅଫିସ, ୭ା୪: କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବିନା କାରଣରେ ଘରୁ ଗୋଡ କାଢିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏଭଳି ସ୍ଥିତିରେ ଖୋର୍ଦ୍ଧା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀଙ୍କ ନେତୃତ୍ୱରେ ଏହି କର୍ମଚାରୀମାନେ ନିଜ କାର୍ଯ୍ୟରେ ଲାଗିପଡିଛନ୍ତି। ଏଭଳି ଘଡି ସନ୍ଧି ମୂହୁର୍ତ୍ତରେ ସ୍ଥାନୀୟ ଜନତାଙ୍କୁ ଆପଣ ମାନେ ଘରେ ରୁହନ୍ତୁ, ଆମେ ଆପଣଙ୍କ ସେବାରେ ରହିଛୁ ବୋଲି ବାର୍ତ୍ତା ଦେଉଛନ୍ତି। କାର୍ଯ୍ୟ କରିବା ବେଳେ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବା ସହ ଲୋକଙ୍କୁ ହାତ ଧୋଇବା ଉପରେ ମଧ୍ୟ ସଚେତନ କରାଉଛନ୍ତି। ଏନେଇ ସାଧାରଣରେ ପୌର କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଂଶସା କରାଯାଇଛି।

Share