କରୋନା ସଚେତନତା: ଏହେଡ ତରଫରୁ ମାସ୍କ ଓ ସାବୁନ ବିତରଣ

ଜି.ଉଦୟଗିରି, ୧୭।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ନାଣ୍ଡାସ୍ଥିତ ଏହେଡ ସଂସ୍ଥା ତରଫରୁ ବ୍ଲକର ଦୁର୍ଗମ ଅଞ୍ଚଳ ସିରିକି, କଟାବାଲି, ମୁକୁଲିଙ୍ଗିଆ ଏବଂ ଜି .ଉଦୟଗିରି ଏନ୍‌ଏସି ଅଧୀନ ବୁଲୁନସୁଗାଠାରେ ଅସହାୟଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଉଛି। ଏଥିସହ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ବାରମ୍ବାର ହାତ ଧୋଇବ ପାଇଁ ମଧ୍ୟ ସଚେତନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ଏହେଡର ରସାନନ୍ଦ ନାୟକ, ପ୍ରଫୁଲ୍ଲ ରାଉତ, ଓ ବେଞ୍ଜାମିନ ଦିଗଲ ପ୍ରମୁଖ ପରିଚାଳନା କରିଥିଲେ ।

Share