କରୋନା ସଚେତନତା କଲା ଯୁବକ ସଂଘ

ବନ୍ତ,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକସ୍ଥିତ ନିଳକଣ୍ଠେଶ୍ୱର ୟୁନାଇଟେଡ୍‌ ୟୁଥ୍‌ କ୍ଲବର ସଦସ୍ୟମାନେ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ କରୋନା ସଚେତନତା କରାଇଥିବାର ଦେଖାଯାଇଛି। ବରିଷ୍ଠ ସଦସ୍ୟ ନବ କୁମାର ଲେଙ୍କା, ନାରାୟଣ ଦାଶ, ପ୍ରଫୁଲ୍ଲ ମହାନ୍ତି, ଖଗେଶ୍ୱର ମହାନ୍ତି, ନୀଳକଣ୍ଠ ମିଶ୍ର, ନବ କୁମାର ନାୟକ, ବାଇଧର ରାଜ ପ୍ରମୁଖ ପ୍ଲାକାର୍ଡ ଧରି ନିଳୋକ, ପଳାସଗଢ଼ିଆ ଆଦି ଗ୍ରାମ ପରିକ୍ରମା କରିଥିଲେ।