କରୋନା ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ଅଫିସ, ୧୧।୪: ତିହିଡ଼ି ବ୍ଲକ ଅନ୍ତର୍ଗତ ତଳଗୋପବିନ୍ଧା ପଞ୍ଚାୟତରେ ଗୋପସେବା ସମାଜ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୋପସେବା ସମାଜର ପ୍ରମୁଖ ଦେବେନ୍ଦ୍ର ପୁହାଣଙ୍କ ନେତୃତ୍ୱରେ ଘରକୁ ଘର ବୁଲି ମାସ୍କ, ସାବୁନ ବଣ୍ଟନ ସହିତ ଲୋକଙ୍କୁ ସଚେତନତା କରାଯାଇଛି। ଲୋକମାନଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ତଥା ହାତକୁ ବାରମ୍ବାର ଧୋଇବା ଏବଂ ସର୍ବଦା ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଷୀରସିନ୍ଧୁ ବେହେରା, ଶ୍ରୀକାନ୍ତ ମହାଳିକ, ପ୍ରଦୀପ ବେହେରା, ତପନ ଜେନା, ଭରତ ଚନ୍ଦ୍ର ବାରିକ, ଅମର ଜେନା, ସମୀର ଜେନା, ଗୋପବନ୍ଧୁ ଦାସ, ନିରଞ୍ଜନ ସାମଲ ପ୍ରମୁଖ ସାମିଳ ହୋଇଥିଲେ।

Share