କରୋନା ସଚେତନତା: ନଖ କାମୁଡ଼ାରୁ ଦୂରେଇ ରହିବା ଆବଶ୍ୟକ

ନୂଆଦିଲ୍ଲୀ,୧୫।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଇଛି। ଏଥିରୁ ଦୂରେଇ ରହିବା ପାଇଁ ପରିଷ୍କାର ପରିଛନ୍ନତା ଏବଂ ସ୍ବଚ୍ଛତା ଜରୁରୀ। ନିୟମିତ ବ୍ୟବଧାନରେ ହାତ ଧୋଇବା ଆବଶ୍ୟକ। ଏହା ସହିତ ମୁହଁ ଓ ନାକରେ ବାରମ୍ବାର ହାତ ଳଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବାରଣ କରାଯାଇଛି। କେତେକଙ୍କର ନଖ କାମୁଡ଼ିବା ଅଭ୍ୟାସ ରହିଥାଏ। ମାତ୍ର ଏହାଦ୍ୱାରା କରୋନା ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ତେଣୁ ନଖ କାମୁଡ଼ିବା ଅଭ୍ୟାସଠାରୁ ଦୂରେଇ ରହିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନଖରେ ଥିବା ଭୂତାଣୁ ପାଟିରେ ଲାଗିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କଙ୍କୁ ଦୃଷ୍ଟିରେ ରଖି ଏହି ସଚେତନତା ଜାରି ହୋଇଛି।