କରୋନା ସଚେତନତା ନେଇ ଆରପିଏଫର ନିଆରା ଉଦ୍ୟମ

ଟିଟିଲାଗଡ଼, ୧୪।୪ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଟିଟିଲାଗଡ ଆରପିଏଫ ପକ୍ଷରୁ କରୋନା ମହାମାରୀ ସଚେତନତା ନେଇ ମଙ୍ଗଳବାର ନିଆରା ପ୍ରୟାସ ଆଲୋଚନାର ବିଷୟ ହୋଇଛି। ଆରପିଏଫର ଜଣେ କର୍ମଚାରୀ କରୋନା ରାକ୍ଷସ ରୂପରେ ସଜ୍ଜିତ ହୋଇ ଅଧିକାରୀ କର୍ମଚାରୀଙ୍କ ଗହଣରେ ରେଳ କଲୋନୀ ଓ ସଂଲଗ୍ନ ଅଞ୍ଚଳରେ ଲୋକଙ୍କୁ ବିପଦ ସମ୍ପର୍କରେ ସଚେତନ କରିଥିଲେ। ଘରୁ ନବାହାରିବାକୁ ପରାମର୍ଶ ଦେଇଥିଲେ। ଆରପିଏଫ ପୋଷ୍ଟ କମାଣ୍ଡର ଏମ.ଏସ. କୁମାୱତ, ସବଇନ୍ସପେକ୍ଟର ଆର.ସି. ପାତ୍ର, ଏଚସି ଏସ. ପଣ୍ଡା, ଏସ.ସି. ନାୟକ, ପ୍ରଦୀପ କୁମାର, ମନଦୀପ କୁମାର, ଜୟ ଭଗୱାନ, ଆରକେ ନାୟକ, ସୁନିଲ କୁମାର, ଶମ୍ଭୁ ଚରଣ ସାହୁ ପ୍ରମୁଖ ଏଥିତ୍ରେ ସାମିଲ ହୋଇଥିଲେ।

Share