କରୋନା ସଚେତନତା ପାଇଁ ପ୍ରତିମୂର୍ତ୍ତି ଲଗାଇଲା ପୋଲିସ

ନାଗପୁର,୧୯।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ ହୋଇଥିବା ବେଳେ ପୋଲିସ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି। ଏବେ ନାଗପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨ ହୋଇଥିବା ବେଳେ ସେଠାକାର ଲୋକଙ୍କୁ ସତର୍କ କରାଇବାକୁ ଶାନ୍ତି ନଗର ନିକଟରେ ପୋଲିସ ପକ୍ଷରୁ ଏକ ପ୍ରତିମୂର୍ତ୍ତି ଲଗାଯାଇଛି। ମୂର୍ତ୍ତିଟି ସାଧାରଣ ମଣିଷ ଭଳି ହୋଇଥିବା ବେଳେ ତାର ମୁଣ୍ଡଟି କିନ୍ତୁ କାରୋନା ଭାଇରସ ପରି ହୋଇଛି। ଏହାସହ ମୂର୍ତ୍ତିର ଶରୀରରେ ‘ଷ୍ଟେ ହୋମ’ ବୋଲି ଲେଖାଯାଇଥିବା ବେଳେ ହାତରେ ଲକ୍‌ଡାଉନ ପୋଷ୍ଟର ଧରାଇ ଦିଆଯାଇଛି। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରିଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି।

Share