କରୋନା ସଚେତନତା ବାର୍ତ୍ତା: ଠାକୁର ପିନ୍ଧିଲେ ମାସ୍କ

ବାରାଣାସୀ: କରୋନା ଭୂତାଣୁ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି। ଏହା ସହିତ ଆଲିଙ୍ଗନ ଏବଂ କାହା ସହିତ ହାତ ମିଳାଇବାକୁ ବି ବାରଣ କରାଯାଉଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାର କରିବା ଲାଗି ବାରାଣାସୀର ପହଲାଦେଶ୍ୱର ମହାଦେବ ମନ୍ଦିରରେ ଠାକୁରଙ୍କୁ ମାସ୍କ ପିନ୍ଧା ଯାଇଛି। ଏହା ସହିତ ଠାକୁରଙ୍କୁ ଛୁଇଁବା ଲାଗି ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି ବୋଲି ପୂଜାରୀ କୃଷ୍ଣା ଆନନ୍ଦ ପାଣ୍ଡେ ସୂଚନା ଦେଇଛନ୍ତି। ଏହା ଦ୍ୱାରା ଲୋକଙ୍କ ମଧ୍ୟରେ କରୋନା ନେଇ ସଚେତନତା ବୃଦ୍ଧି ପାଇବାର ଆଶା ରହିଛି। ଖରାଦିନେ ଠାକୁରଙ୍କ ପାଖରେ ଏସି ଏବଂ ଶୀତଦିନେ ଠାକୁରଙ୍କୁ ପୋଷାକ ପିନ୍ଧାଇ ସଚେତନତା ସୃଷ୍ଟି କରାଯାଇଥାଏ ବୋଲି ସେ କହିଛନ୍ତି।

Share