Categories: ଫୁରସତ

କରୋନା ସଚେତନତା ବାର୍ତ୍ତା: ୨୫୦୦୦ ସାବୁନ୍‌ ବ୍ୟବହାର କରି ଚିତ୍ର ଆଙ୍କିଲେ ୧୦୦୦ ଛାତ୍ରୀ

ଚେନ୍ନାଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଏଥିରୁ ବାଦ୍‌ ପଡ଼ିନି ଭାରତ। ଆମ ଦେଶରେ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଶନିବାର ୯୦କୁ ବୃଦ୍ଧିପାଇଛି। ଏହି ସଂକ୍ରମଣ ୧୩ଟି ରାଜ୍ୟରେ ବ୍ୟାପିଛି। ଏଭଳି ପରିସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନସ୍ତରରେ ସଚେତନତା ସୃଷ୍ଟି ସହ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁର କୋଲାଥୁରସ୍ଥିତ ଏଭରଓ୍ବିନ୍‌ ସ୍କୁଲର ଷଷ୍ଠରୁ ୯ଶ୍ରେଣୀ ପର୍ଯ୍ୟନ୍ତ ୧୦୦୦ ଛାତ୍ରୀ କରୋନା ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ପାଇଁ ୨୫୦୦୦ ସାବୁନ ବ୍ୟବହାର କରି ଚିତ୍ର ଆଙ୍କିଛନ୍ତି।
ଶନିବାର ଶେୟାର ହୋଇଥିବା ଏହି ଚିତ୍ର ସହିତ ପିଲାମାନେ କିପରି ହାତ ଧୋଇବେ ତାହା ମଧ୍ୟ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଚିତ୍ରଟି ଶେୟାର ହେବା ପରେ ଏହାକୁ ଅନେକ ୟୁଜର୍ସ ବେଶ୍‌ ପ୍ରଶଂସା କରିଛନ୍ତି। ଆଉ କିଛି ୟୁଜର ଲେଖିଛନ୍ତି, ସାବୁନରେ ହାତ ଧୋଇବା କରୋନା ଭାଇରସର ଏକ ପ୍ରଭାବଶାଳୀ ପ୍ରତିରକ୍ଷା ହୋଇପାରେ। କିନ୍ତୁ ଏହାକୁ ପୂର୍ଣ୍ଣ ଭାବରେ ଏପରି ରୋକାଯାଇପାରିବ ନାହିଁ।
ଏହି ଚିତ୍ରଟି ୧୦ ହଜାର ଲମ୍ବର ବର୍ଗଫୁଟର ହୋଇଥିବାବେଳେ ଏଥିରେ ହାତଧୁଆ ଚିତ୍ର ଅଙ୍କା ଯାଇଛି। ସ୍କୁଲର ସିନିୟର ପ୍ରିନ୍ସପାଲ ବି.ପୁରୁଷୋତ୍ତମ, ସିଇଓ ମିସ୍‌ ମାଗେଶ୍ୱରୀ, ପ୍ରିନ୍ସପାଲ ଏମ୍‌ କାଲିୟାରଶି କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ହେଉଛି ମୂଳ ଉଦ୍ଦେଶ୍ୟ।

Share