କରୋନା ସଚେତନତା: ରାଶନ ସାମଗ୍ରୀ, ମାସ୍କ ବଣ୍ଟନ

କଟକ ଅଫିସ,୨୧ା୪ : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ଏବଂ ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀର ମିଳିତ ସହଯୋଗରେ ରଘୁନାଥଜୀଉ ମନ୍ଦିରଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୩ଶହ ଲୋକଙ୍କୁ ରାଶନ ସାମଗ୍ରୀ, ମାସ୍କ ଏବଂ ସାନିଟାଇଜର ବଣ୍ଟାଯିବା ସହ ସାମାଜିକ ଦୂରତ୍ୱ ରକ୍ଷା ଦିଗରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗାନେରିୟା, ଶାଖା ସଭାପତି ସୁରେଶ କମାଣି, ସଚିବ ଦିନେଶ ଯୋଶୀ, ମୋହନଲାଲ ସିଙ୍ଗି ପ୍ରମୁଖ ସାମିଲ ହୋଇଥିଲେ।

Share