କରୋନା ସଚେତନତା ସୃଷ୍ଟିକଲେ ଯୁବଗୋଷ୍ଠୀ

ବନ୍ତ,୧୨ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ସଖୀପାଟଣା ଗ୍ରାମରେ କରୋନା ଭୂତାଣୁ ପ୍ରତିହତ ପାଇଁ ଚାରିଆଡ଼େ ସଫେଇ ଚାଲିଛି। ୱାର୍ଡ ସଭ୍ୟା ଗୀତାଞ୍ଜଳି ବାରିକଙ୍କ ତତ୍ତ୍ୱାବଧାନରେ ବ୍ଲକ ସାଧନ ପ୍ରଶିକ୍ଷକ ପ୍ରଫୁଲ୍ଲ ଦାସ, ଘନଶ୍ୟାମ ବେହେରା, ଗୁରୁଚରଣ ବେହେରା, ସଞ୍ଜୀବ୍‌ ସାହୁ, ଗଗନ ବେହେରା, ବିଷ୍ଣୁ ମୋହନ ପଢ଼ିଆରୀ, ଲକ୍ଷ୍ମୀଧର ବାରିକ, ବାସୁଦେବ ବାରିକ, ଲିଟୁ ଦାସଙ୍କ ସମେତ ଯୁବଗୋଷ୍ଠୀ ଗ୍ରାମ ପରିସର ଓ ନାଳନର୍ଦ୍ଦମା ସଫେଇ କରିବା ସହ ଫିନାଇଲ୍‌ ସିଞ୍ଚନ କରିଥିଲେ। ଏଥିସହିତ ଯୁବଗୋଷ୍ଠୀ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଥିଲେ।