କରୋନା ସଚେତନ ଜନଜାତି ସାହି ଆରମ୍ଭରେ ଦେଲେ ବାଡ଼

ରାୟଗଡ଼ା ଅଫିସ,୪।୪: କରୋନା ଲକ୍ ଡାଉନକୁ ସାଧାରଣ ଲୋକଙ୍କ ସହ ଅନେକ ଶିକ୍ଷିତ ମଧ୍ୟ ମାନୁ ନ ଥିବା ବେଳେ ରାୟଗଡ଼ା ସହରରେ ଥିବା ଜନଜାତିଙ୍କ ଗୋଟିଏ ସାହି ଏ ଦିଗରେ ବେଶ ସଚେତନ ଥିବା ଦେଖିବାକୁ ମିଳିଛି। ସହର ନିକଟରେ ଥିବା ଖୋଲିଗୁଡା ଗ୍ରାମରେ ଲୋକେ କୋଭିଡ-୧୯ ସମ୍ପର୍କରେ ସଚେତନ ଥିବା ସହ ଗ୍ରାମର ପ୍ରବେଶ ଦ୍ୱାରରେ କଣ୍ଟା ଓ କାଠ ଗଣ୍ଡି ରଖି ବାହାର ଆଗନ୍ତୁକଙ୍କୁ ପଶାଇ ଦେଉନାହାନ୍ତି। ନିଜ ଗ୍ରାମର କେହି ଜରୁରୀ କାମରେ ଯାଇ ବାହାରୁ ଫେରିବା ପରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି। ଗାଁର ରବି କୀଲାକା କହିଛନ୍ତି, ପୋଲିସ, ଅଙ୍ଗନବାଡି କର୍ମୀ, ଆଶାଦିଦି ଯେଉଁ ସବୁ ପରାମର୍ଶ ଦେଇଛନ୍ତି ତାହା ଆମ ଭଲ ପାଇଁ। ସାମାଜିକ ଦୂରତା ମଧ୍ୟ ବଜାୟ ରଖି ଆମେ ଆମ ଗ୍ରାମକୁ ସୁରକ୍ଷିତ ରଖିପାରିବୁ।

Share