କରୋନା ସଚେତନ ଲାଗି ସାଇକେଲ୍‌ରେ ଭୁବନେଶ୍ବର-ପୁରୀ

ସାକ୍ଷୀଗୋପାଳ,୨୬।୨(ଡି.ଏନ୍‌.ଏ): ସୁସ୍ଥ ସମାଜ ଗଠନ ଲାଗି ସଚେତନତା ଅଭିଯାନରେ ସାଇକେଲ୍‌ରେ ଭୁବନେଶ୍ବର ପୁରୀ ବାହାରିଥିବା ଫିଟ୍‌ ଇଣ୍ଡିଆ ସିଇକ୍ଲୋଥନ ଟିମ୍‌ର ଯୁବକମାନଙ୍କୁ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋରନା ଭାଇରସଠାରୁ ଦୂରେଇ ରହିବା ସମ୍ପର୍କରେ ଏହି ୧୯ ଜଣିଆ ଟିମ୍‌ରେ ସାମିଲ ହୋଇଥିବା ଡାକ୍ତରୀ ଛାତ୍ରମାନେ ଲୋକଙ୍କୁ କରୋନା ସମ୍ପର୍କରେ ବୁଝାଇଥିଲେ। ସତ୍ୟବାଦୀ ବିକାଶ ପରିଷଦ, କ୍ଲବ ସତ୍ୟବାଦୀ ଓ ମିଡିଆ ସତ୍ୟବାଦୀର ସଦସ୍ୟ ମାନେ ଏହି ଟିମ୍‌କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।