କରୋନା ସତର୍କତା: ବିଜେଡିର କାର୍ଯ୍ୟନିର୍ବାହୀ ବୈଠକ ସ୍ଥଗିତ

ଭୁବନେଶ୍ୱର,୧୪।୩(ବ୍ୟୁରୋ): କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ସିନେମା ହଲ, ଜିମ୍‌, ସୁଇମିଂ ପୁଲ, ପାର୍କ ଆଦି ସ୍ଥାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ବିଜୁ ଜନତା ଦଳ(ବିଜେଡି)ର କାର୍ଯ୍ୟନିର୍ବାହୀ ବୈଠକକୁ ସ୍ଥଗିତ କରାଯାଇଛି। କରୋନା ସତର୍କତାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ନେଇ ବିଜ୍ଞପ୍ତି ଜାରି ରହିଛି।

Share