କରୋନା ସତର୍କତା: ସାକ୍ଷୀଗୋପାଳରେ ବାହାର ରାଜ୍ୟରୁ ଆସିଥିବା ୩ ନଡ଼ିଆ ବୋଝେଇ ଟ୍ରକ୍‌କୁ କରାଗଲା ବିଶୋଧନ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ.): ଆନ୍ଧ୍ର ଓ ତେଲେଙ୍ଗାନାରୁ ଗୁରୁବାର ପହଞ୍ଚି ଥିବା ୩ ଟି ନଡ଼ିଆ ବୋଝେଇ ଟ୍ରକ କୁ ବିଶୋଧନ କରାଯାଇଛି। କୃଷିଜାତ ଦ୍ରବ୍ୟ ଗୁଡ଼ିକ ଲକଡାଉନ୍‌ରୁ ମୁକ୍ତ ହେବା ପରେ ସାକ୍ଷୀଗୋପାଳରେ ପ୍ରଥମେ ୩ ଟି ନଡ଼ିଆ ବୋଝେଇ ଟ୍ରକ ପହଞ୍ଚିା ଖବର ପାଇବା ପରେ ବଜାରକୁ ପ୍ରଶେ କରିବାକୁ ଦିଆଯାଇ ନ ଥିଲା। ଖବରପାଇ ବିଡ଼ିଓ ସରୋଜ କୁମାର ଦତ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସାକ୍ଷୀଗୋପାଳ ଦମକଳ କେନ୍ଦ୍ର କର୍ମଚାରୀମାନଙ୍କ ଦ୍ବାରା ଟ୍ରକଗୁଡିକୁ କେମିକାଲ ସାନିଟାଇଜ୍‌ କରିବା ପରେ ବଜାରକୁ ଛଡାଯାଇଥିଲା। ତେବେ ଟ୍ରକ ଚାଳକ ମାନେ ସାମାଜିକ ଦୁରତାରେ ରହିବା ସହ ଟ୍ରକ ଖାଲି କରିବାକୁ ନିୟୋଜିତ ଶ୍ରମିକମାନେ ମାକ୍ସ ଓ ହାତରେ ଗ୍ଲୋବ୍ସ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Share