କରୋନା ସନ୍ଦିଗ୍ଧଙ୍କୁ କ୍ୱାରାଣ୍ଟାଇନ୍ ଓ୍ବାର୍ଡ଼ରେ ଭର୍ତ୍ତି

ସାକ୍ଷୀଗୋପାଳ, ୪/୪(ଡି.ଏନ.ଏ)-ପୁରୀ ଜିଲାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ସାକ୍ଷୀଗୋପାଳର ଜଣେ ବ୍ୟକ୍ତିଙ୍କୁ ଶନିବାର ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କ୍ୱାରାଣ୍ଟାଇନ୍ ଓ୍ବାର୍ଡ଼ରେ ଭର୍ତ୍ତି କରାଯାଇଛି। ନମୂନା ପରୀକ୍ଷା କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସନ୍ଦିଗ୍ଧ ବ୍ୟକ୍ତି ଙ୍କ ପରିବାର ଓ ଅନ୍ୟମାନଙ୍କ ଉପରେ ନଜର ରଖାଯାଇଥିଵା ଜଣାପଡିଛି।