କରୋନା ସନ୍ଦିଗ୍ଧଙ୍କୁ ଚାଇନା ସରକାରଙ୍କ ନିର୍ଯାତନା: ଘରୁ ନେଉଛନ୍ତି ଘୋଷାଡ଼ିି-ଘୋଷାଡ଼ିି

ବେଜିଂ,୯।୨: ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଦେଶର ୩୦ଟି ସହରର ଲୋକଙ୍କଠାରେ ଏହା ଚିହ୍ନଟ ହୋଇଛି। ତେବେ କରୋନା ସନ୍ଦିଗ୍ଧଙ୍କୁ ଚାଇନା ସରକାର ନିର୍ଯାତନା ଦେଉଥିବାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କିଛି ସ୍ବାସ୍ଥ୍ୟ ଅଧିକାରୀ ଜଣେ ସନ୍ଦିଗ୍ଧଙ୍କୁ ଜୋର୍‌ ଜବରଦସ୍ତ ତାଙ୍କ ଘରୁ ଘୋଷାଡ଼ିି-ଘୋଷାଡ଼ିି ହସ୍ପିଟାଲକୁ ନେଉଥିବା ଭିଡ଼ିଓରେ ଦେଖବାକୁ ମିଳୁଛି। ଏହି ଭିଡ଼ିଓଟି ଉହାନ୍‌ର ଚାଇନିଜ୍‌ ଗାର୍ଡେନଠାରେ ବାସ କରୁଥିବା ଜଣେ ବ୍ୟକ୍ତିଙ୍କର ବୋଲି କୁହାଯାଉଛି। ସେହିପରି ଅନ୍ୟ ଜଣେ ଲୋକଙ୍କୁ କିଛି ପୋଲିସ କର୍ମଚାରୀ ଟେକି ଟେକି ନେଉଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଅନ୍ୟ ଏକ ଭିଡ଼ିଓରେ ଜଣେ ମହିଳାଙ୍କୁ ଧରିବା ଲାଗି କିଛି ପୋଲିସ କର୍ମଚାରୀ ଦୌଡୁ ଥିବାରୁ ଦେଖିବାକୁ ମିଳୁଛି। ଏହି ଭିଡ଼ିଓଗୁଡ଼ିକ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ୟୁଜର ବହୁସଂକ୍ୟାରେ ଲାଇକ୍‌ କରିବା ସହିତ ଶେୟାର ମଧ୍ୟ କରୁଛନ୍ତି।

Share