କରୋନା ସମ୍ପର୍କରେ ବାହାରେ ପ୍ରକାଶ କଲେ ଜୀବନରୁ ମାରି ଦିଆଯିବ: ଡାକ୍ତରଙ୍କୁ ଧମକାଇଥିଲେ ଚାଇନା ଅଧିକାରୀ

ବେଜିଂ,୧୨।୩: ଚାଇନାର ଉହାନରେ ଦେଖାଦେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ପୃଥିବୀର ୧୨୧ଟି ଦେଶରେ ପହଞ୍ଚିଛି। ଯଦି ଚାଇନା ସରକାର ଡାକ୍ତରଙ୍କ କଥା ଶୁଣିଥାନ୍ତେ ତେବେ ହୁଏତ ଆଜି କରୋନା ପୃଥିବୀରେ ମହାମାରୀ ଭାବେ ଉଭା ହୋଇ ନ ଥାନ୍ତା। ଏବେ ଚାଇନାର ଜଣେ ଡାକ୍ତର ଆଇ ଫେନ୍‌ ଏନେଇ ସୂଚନା ଦେଇଛନ୍ତି। ୨୦୧୯ ଡିସେମ୍ବର ୧୫ରେ ପ୍ରଥମ ଘଟଣା ହସ୍ପିଟାଲକୁ ଆସିବା ପରେ ଡାକ୍ତରମାନେ ଏହା ଏକ ଭିନ୍ନ ଭୂତାଣୁ ବୋଲି ଚିହ୍ନଟ କରିଥିଲେ। ଏହି ଭୂତାଣୁ ଶୀଘ୍ର ବ୍ୟାପିବ ବୋଲି ମଧ୍ୟ ସୂଚନା ଦେଇଥିଲେ। ତେବେ ଚାଇନା ସରକାର ଏହାକୁ ଶୁଣି ନ ଥିଲେ। ଏସମ୍ପର୍କରେ ବାହାରେ ପ୍ରକାଶ କଲେ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦିଆଯାଇଥିଲା। ଚିକିତ୍ସା କରୁଥିବା କେତେକ ଡାକ୍ତରଙ୍କ ମୃତ୍ୟୁ ମଧ୍ୟ ଘଟିଥିବା ଆଇ ଫେନ୍‌ କହିଛନ୍ତି।

Share