ସୁନ୍ଦରଗଡ଼, ୧୫ା୪(ଡି.ଏନ.ଏ.) ସୋସିଆଲ ମିଡିଆରେ କରୋନା ସଂକ୍ରମଣ ସମ୍ପର୍କିତ ମିଥ୍ୟା ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ସୁନ୍ଦରଗଡ଼ ପୋଲିସ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ମଙ୍ଗଳବାର ସୁନ୍ଦରଗଡ଼ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପପ୍ରଚାର କରିଥିଲେ। ହାତୀବାରୀ ଥାନା ଅଞ୍ଚଳରେ ମଧ୍ୟ ଜଣଙ୍କ ବରୋଧରେ ୩ ଜଣ ବ୍ୟକ୍ତି ସୋସିଆଲ ମିଡିଆରେ ଅପପ୍ରଚାର କରି ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ସମ୍ପୁକ୍ତ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି।