କରୋନା ସମ୍ପର୍କିତ ବୈଠକ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ବୈଠକ ବାତିଲ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ବଢ଼ିଛି କରୋନା କଟକଣା। ଆଗାମୀ ଦିନରେ ସରକାରୀ କାର୍ଯ୍ୟାଳୟରେ କରୋନା ସମ୍ପର୍କିତ ବୈଠକ ବ୍ୟତୀତ ଅନ୍ୟ କୌଣସି ସଭା, ସମିତି ହେବ ନାହିଁ। ସେହିଭଳି ସରକାରୀ ଅନୁଷ୍ଠାନ ଯେପରିକି ମାଲ୍ୟାର୍ପଣ, ଜୟନ୍ତୀ ପାଳନ, ସଭା, ସମିତି ତଥା ଅନ୍ୟ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ। ଏସବୁ ବୈଠକରେ ୨ ମିଟର ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ବାଗ୍‌ଚୀ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ଶପିଂ ମଲ୍‌, କଫି ସପ୍‌, କ୍ୟାଣ୍ଟିନ ଆଦିରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଏସବୁ ମଧ୍ୟ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ଟ୍ୟାକ୍ସି ଅଥବା ଅଟୋ ଦିନେ ଛାଡ଼ି ଦିନେ ଚାଲିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

Share