କରୋନା ସମ୍ପର୍କିତ ସଚେତନତା

ରାଇକିଆ,୩।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହରେ ସୋମବାର କରୋନା ଭାଇରସ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି। ବିଡିଓ ପ୍ରବୀଣ ବାଣୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ କାର୍ଯ୍ୟକ୍ରମରେ ଡାକ୍ତର ଚିନ୍ମୟ ପ୍ରଧାନ, ପ୍ରାଣୀ ଚିକିତ୍ସାଧିକାରୀ ସବିର ପ୍ରଧାନ ଯୋଗ ଦେଇ ଏହି ଭାଇରସର ଲକ୍ଷଣ ଏବଂ ପ୍ରତିକାର ସମ୍ବନ୍ଧରେ ସଚେତନତା କରାଯାଇଥିଲା। ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ଜିପିଓ, ବିଭିନ୍ନ ବିଭାଗରୁ ଆସିଥିବା ଅଧିକାରୀ,ସରପଞ୍ଚ, ସମିତିସଭ୍ୟ, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଯୋଗ ଦେଇଥିଲେ।

Share