କରୋନା ସହାୟତା: ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ସୋନପୁର,୧୬।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କରସ ଆସୋସିଏଶନ ସୁବର୍ଣ୍ଣପୁର ଜିଲା ଶାଖା ୨ଲକ୍ଷ ୮୦ହଜାର ଟଙ୍କା ଦାନ କରିଛନ୍ତି। ଗୁରୁବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ତାଙ୍କ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସଂଘର ସଭାନେତ୍ରୀ ମମତା ପଣ୍ଡା, ସମ୍ପାଦକ ପୁଷ୍ପାଞ୍ଜଳି ଦାଶ ଏହି ଚେକ୍‌ ପ୍ରଦାନ କରିଥିଲେ । ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଆସ୍ତେରିଆ କେର୍କେଟାଙ୍କ ସମେତ ସଂଘର ସୌଭାଗ୍ୟ ମହାକୁର, ପଦ୍ମାବତୀ ଅଧିକାରୀ, ସୁକାନ୍ତୀ ଦାଶ, ରାଜେଶ୍ୱରୀ ପଟ୍ଟନାୟକ ଓ ଗୀତାଞ୍ଜଳି ପୂଜାହାରୀ ଉପସ୍ଥିତ ଥିଲେ ।

Share