ନୂଆଦିଲ୍ଳୀ, ୨୯।୩(ପି.ଟି.)- ଡବଲ ଏସିଆନ ପାରା ଗେମ୍ସ ହାଇ ଜମ୍ପ ଚାମ୍ପିୟନ ଶରଦ କୁମାର କରୋନା ଭାଇରସ ମୁକାବିଲା ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ବିହାରର ଏହି ୨୯ ବର୍ଷୀୟ ପାରା ଆଥଲେଟ୍ ଟୁଇଟ୍ କରି ଜଣାଇଛନ୍ତି। ୨୦୧୪ ଏସିଆନ ପାରା ଗେମ୍ସରେ ଟି୪୨ ବର୍ଗ ହାଇଜମ୍ପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ସେ ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ମଧ୍ୟ ସେ ଟି୪୨/୬୩ ବର୍ଗରେ ସ୍ବର୍ଣ୍ଣ ପଦକ ହାଲ କରିଥିଲେ।