କରୋନା ସହାୟତା: ଓସିଏ ସଭାପତି ଦେଲେ ୧ କୋଟି

କଟକ ଅଫିସ,୨୬।୩- କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଉଦ୍ୟମ ଜାରି ରହିଛି । ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିଶାଳ ଭିତ୍ତିଭୂମି ନିର୍ମାଣ ପାଇଁ ଯୋଜନା ଏହି ପରିପ୍ରେକ୍ଷୀରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ୧ କୋଟି ଟଙ୍କାର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ଜଣାପଡ଼ିଛି। ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ଓସିଏ ସଭାପତି ମହାନ୍ତି ନିଜ କମ୍ପାନୀରୁ ଏହି ଅର୍ଥ ପ୍ରଦାନ କରିଛନ୍ତି ।

Share