କରୋନା ସହାୟତା: କେଏସ୍‌ସିଏ ଦାନ କଲା ଏକ କୋଟି ଟଙ୍କା

ନୂଆଦିଲ୍ଲୀ,୨୯।୩(ପି.ଟି.)- କୋଭିଡ-୧୯ ମୁକାବଲା ପାଇଁ କର୍ନାଟକ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ରବିବାର ଏକ କୋଟି ଟଙ୍କା ଦାନ କରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କେଏସ୍‌ସିଏ ୫୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଛି। ଆସୋସିଏଶନ କର୍ନାଟକ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପଣ୍ଡକୁ ୫୦ ଲକ୍ଷ ଓ ପ୍ରଧାନମନ୍ତ୍ରୀ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ୍‌ ଇମର୍ଜେନ୍ସି ସିଚୁଏଶନ ଫଣ୍ଡକୁ ମଧ୍ୟ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛି ବୋଲି କେଏସ୍‌ସିଏ ମୁଖପାତ୍ର କହିଛନ୍ତି। କୋରୋନା ଭାଇରସ ମୁକାବିଲା ପାଇଁ ଦରାକାର ହେଲେ ସବୁପ୍ରକାର ସହାୟତା ପ୍ରଦାନ କରିବାକୁ ଆମେ ରାଜି ଅଛୁ ବୋଲି କେଏସ୍‌ସିଏ ତରଫରୁ କୁହାଯାଇଛି। ପୂର୍ବରୁ ରବିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଦେଶରେ ଦେଖା ଦେଇଥିବା ସ୍ବାସ୍ଥ୍ୟଗତ ବିପର୍ଯ୍ୟୟ ପାଇଁ ୫୧ କୋଟି ଟଙ୍କା ପ୍ରଦାନ କରିଥିଲା। କେଏସ୍‌ସିଏକୁ ବାଦ୍‌ ଦେଲେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି), ମୁମ୍ବାଇ କ୍ରିକେଟ ଆସୋସିଏଶନ ଓ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ମଧ୍ୟ କରୋନା ମୁକାବିଲା ପାଇଁ ମୋଟା ଅଙ୍କରେ ଅର୍ଥଦାନ କରିଛନ୍ତି।

Share