କରୋନା ସହାୟତା: ଗୋଟିଏ ଦିନର ଦରମା ଦେଲେ ଏନ୍‌ଏଲ୍‌ୟୁ କର୍ମଚାରୀ

କଟକ ଅଫିସ, ୧।୪: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସଂଗ୍ରହ କରୁଛନ୍ତି। ବିଭିନ୍ନ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଧାସଳଖ ସହାୟତା ମିଳିବାରେ ଲାଗିଛି। ଏହି କ୍ରମରେ କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ର ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ପ୍ରଦାନ କରିଛନ୍ତି।

Share