ଚେନ୍ନାଇ,୩୦।୩(ପି.ଟି.)- କୋଭିଡ-୧୯ ମୁକାବିଲା ପାଇଁ ଭାରତୀୟ ଅଭିଜ୍ଞ ଟେବୁଲ ଟେନିସ୍ ତାରକା ଜି. ସାଥିୟାନ ଏକ ଲକ୍ଷ ୨୫ ହଜାର ଟଙ୍କା ଦାନ କରିଛନ୍ତି। ଚେନ୍ନାଇ ଜନ୍ମିତ ସାଥିୟାନ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଥିବା ବେଳେ ୨୫,୦୦୦ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପଣ୍ଡକୁ ଦେଇଛନ୍ତି। ଏ ନେଇ ସୋମବାର ଟୁଇଟ୍ କରି ସାଥିୟାନ ଉଲ୍ଲେଖ କରିଛନ୍ତି। ୨୭ ବର୍ଷୀୟ ସାଥିୟାନ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍ର ୩୧ ନମ୍ବର ସ୍ଥାନରେ ରହିଛନ୍ତି। ଉଲ୍ଲେଖଥାଉ କି, ପୂର୍ବରୁ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି, କ୍ରିକେଟ ଆଇକନ୍ ସଚିନ ତେନ୍ଦୁଲକର, ଅଜିଙ୍କ୍ୟ ରାହାନେ, ସୁରେଶ ରାଇନା, ଆଥଲେଟ ହିମା ଦାସ କରୋନା ଭାଇରସ ମୁକାବିଲ ପାଇଁ ଅର୍ଥ ଦାନ କରିଛନ୍ତି। ଗିରବ ଓ ନିଃସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସାଥିୟାଁ ସମସ୍ତଙ୍କୁ ନିବେଦନ କରିଛନ୍ତି।