କରୋନା ସହାୟତା: ପ୍ରତ୍ୟେକ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫ ହଜାର ଟଙ୍କା

ପୁରୀ ଅଫିସ, ୧୭।୪: କରୋନା କଟକଣା ପାଇଁ ଗତ ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଫଳରେ ସେବାୟତଙ୍କ ଆର୍ଥିକ ସ୍ଥିତି ବିଗିଡିଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ପ୍ରତ୍ୟେକ ସେବାୟତ ପରିବାରଙ୍କୁ ସହାୟତା ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରାୟ ୨୧୩୦ ସେବାୟତ ପରିବାରଙ୍କୁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯିବ। ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ବୋଲି ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share