Advertisement

କରୋନା ସହାୟତା: ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ଲକ୍ଷ ୭୨ହଜାର ପ୍ରଦାନ

କେସିଙ୍ଗା, ୨୪।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୁଲତା ସମାଜ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୫୧ ହଜାର ଓ ମୁଖ୍ୟମନ୍ତ୍ରୀ ରିଲଫ ଫଣ୍ଡକୁ ୧ ଲକ୍ଷ ୨୧ ହଜାର ସମୁଦାୟ ୧ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ଚେକ୍‌ ଦ୍ୱାରା କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଡ଼ୁଙ୍କ ମାଧ୍ୟମରେ ଶୁକ୍ରବାର ଏହା ପ୍ରଦାନ କରାଯାଇଛି। ଏଥିରେ କୁଲତା ସମାଜର ସଭାପତି ହୁକୁମ ଭୋଇ, ସମ୍ପାଦକ ଜିତେନ୍ଦ୍ର କୁମାର ପ୍ରଧାନ, କୋଷାଧକ୍ଷ ଅଶ୍ୱିନୀ କୁମାର ପ୍ରଧାନ, ବରିଷ୍ଠ ସଦସ୍ୟ ଚିତ୍ତ ରଞ୍ଜନ ଭୋଇ, ଦୋଳ ବିହାରୀ ପ୍ରଧାନ, ହୃଷିକେଶ ଗାଡ଼ତିଆ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share