କଣ୍ଟାବାଞ୍ଜି, ୧୪।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ଥିବା ଡୁମେରଚୁଆଁ ରୋଡସ୍ଥିତ ମହାବୀର ରେସିଡେନ୍ସି ପରିବାର ତରଫରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍କୁ ୧୧ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଟଙ୍କା ଲେଖାଏ ଚେକ୍ ପ୍ରଦାନ କରାଯାଇଛି। ସ୍ଥାନୀୟ ତହସିଲଦାର ଅଶୋକ ମାଝିଙ୍କ ଜରିଆରେ ମଙ୍ଗଳବାର ଏହି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ତୁରେକେଲା ଥାନା ଝରଣି ଗାଁର ସୁନ୍ନି ସମାଜ ତରଫରୁ ଆଶାଦୁଲ୍ଲା ଖାନ୍ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧ହଜାର ଟଙ୍କା ଚେକ୍ ଆକାରରେ ବିଡିଓ ତୁରେକେଲା ମନୋରଞ୍ଜନ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି।