କରୋନା ସହାୟତା: ସତ୍ୟବାଦୀ ବ୍ଲକର ମହିଳା ମହାସଂଘ ଦେଲେ ୧ ଲକ୍ଷ ଟଙ୍କା

ସାକ୍ଷୀଗୋପାଳ, ୨୧।୪(ଡି.ଏନ୍‌.ଏ): କରୋନା ସହାୟତା ପାଇଁ ସତ୍ୟବାଦୀ ବ୍ଲକର ମହିଳା ମହାସଂଘଗୁଡିକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ ଲକ୍ଷ ୬ ହଜାର ୭ଶହ ଟଙ୍କା ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ବ୍ୟାଙ୍କ ଚେକ ସତ୍ୟବାଦୀ ବିଡ଼ିଓ ସରୋଜ କୁମାର ଦତ୍ତ ଙ୍କୁ ମହିଳା ମହାସଂଘ ର କର୍ମକର୍ତ୍ତା ମାନେ ମଙ୍ଗଳବାର ଦେଇଥିଲେ। ବଳପୁର ମହାସଂଘ ୩୫ ହଜାର, ଶ୍ରୀ ରାମଚନ୍ଦ୍ରପୁର ୧୫, ୫୦୦, ପେଣ୍ଠପଡା ୭୦୦୦, ସାଣ୍ଢରା ୧୦, ୦୦୦, ମୁଳ ଅଳଶା ୫,୮୦୦, ମହୁରା ୬,୯୦୦, ପରଜାପଡା, ମଧୁବନ, ବଳରାମପୁରଗଡ଼, ଦୁଗଲ ମହାସଂଘ ପକ୍ଷରୁ ପ୍ରତ୍ୟେକ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି।

Share