Advertisement

କରୋନା ସହାୟତା: ସତ୍ୟବାଦୀ ବ୍ଲକର ୨୬ ହଜାର ୭ଶହ ହିତାଧିକାରୀଙ୍କୁ ୧ ହଜାର ଲେଖାଏ ପ୍ରଦାନ

ସାକ୍ଷୀଗୋପାଳ, ୮।୪(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ମୋଟ ୨୪ଟି ପଞ୍ଚାୟତରେ କରୋନା ସହାୟତା ରାଶି ୧ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ଯୋଜନା ସହିତ ଅନ୍ତଦ୍ବୟ ଅନ୍ନ ଯୋଜନାରେ ଅନ୍ତର୍ଭୂକ୍ତ ୨୬, ୭୦୦ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯାଇଛି। ନିଜ ନିଜ ପଞ୍ଚାୟତର ପିଇଓ, ଜିଆର୍‌ଏସ ସମ୍ପୃକ୍ତ ଅଞ୍ଚଳର ଖାଉଟି ବିତରଣକାରୀ ହିତାଧିକାରୀଙ୍କ ନିକଟକୁ ଯାଇ ସହାୟତା ପ୍ରଦାନ କରୁଥିବା ବିଡିଓ ସରୋଜ କୁମାର ଦତ୍ତ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share