Categories: ଜାତୀୟ

କରୋନା ସହିତ ଲଢ଼ିବା ଲାଗି ଉପଯୁକ୍ତ ମତାମତ ଦେଲେ ପୁରସ୍କାର ମିଳିବ ଲକ୍ଷେ ୭୫ ହଜାର: ମୋଦି

ନୂଆଦିଲ୍ଲୀ,୧୮।୩: କରୋନା ଭାରତରେ ଆତଙ୍କ ସୃଷ୍ଟି କରିଛି। ତେବେ ସରକାର ଏହାର ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କରୋନା ସହିତ ଲଢ଼ିବା ଲାଗି ଉପଯୁକ୍ତ ମତାମତ ଦେଲେ ଲକ୍ଷେ ୭୫ ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଜଣାଇଛନ୍ତି। ମତାମତ ଗୁଡ଼ିକ @mygovindiaରେ ପଠାଇବାକୁ ମୋଦି ସୂଚନା ଦେଇଛନ୍ତି। ଇତିମଧ୍ୟରେ ଏହାକୁ ୩୩ ହଜାରରୁ ଅଧିକ ଲାଇକ୍‌ ମିଳିଛି। ସୂଚନାଯୋଗ୍ୟ, ଏହାକୁ ମାର୍ଚ୍ଚ ୧୬ରେ ସନ୍ଧ୍ୟା ୭ଟା ୧୪ରେ ଶେୟାର କରାଯାଇଥିଲା।

Share