କରୋନା ସହିତ ଲଢ଼ି ଜୀବନ ଦେଲେ ୭୧୦୦ ସ୍ବାସ୍ଥ୍ୟକର୍ମୀ

ରୋମ୍‌,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ପୃଥିବୀରେ ବଢ଼ିବାରେ ଲାଗିଛି। ଇଟାଲିରେ କରୋନା ସଂକ୍ରମଣ ମହାମାରୀ ଭଳି ମାଡ଼ି ଚାଲିଛି। ଏଠାରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ୭୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଏଠାରେ ୫୧ ଜଣ ଡାକ୍ତରଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତେବେ ବି ଏଠାରେ କରୋନା ସହିତ ଲଢ଼େଇ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୮୮୯ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୯୨ ହଜାର ଟପିଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି।

Share