କରୋନା ସହିତ ଲଢ଼େଇ ପାଇଁ କୋଟିଏ ୨୪ ଲକ୍ଷ ଯୋଦ୍ଧା ପ୍ରସ୍ତୁତ

ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି କରୋନା ସହିତ ଲଢ଼ିବା ପାଇଁ କୋଟିଏ ୨୪ ଲକ୍ଷ ୮୫ ହଜାର ୬୫୯ କରୋନା ଯୋଦ୍ଧା ପ୍ରସ୍ତୁତ ଥିବା ସରକାର କହିଛନ୍ତି। କରୋନା ଯୋଦ୍ଧାଙ୍କ ସମ୍ପର୍କରେ ବିବରଣୀ ସରକାରୀ ଓ୍ବେବସାଇଟ୍‌ରେ ପ୍ରକାଶ ପାଇଛି। ଏଥିରେ ଅବସରପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମେତ ସ୍ବେଚ୍ଛାସେବୀ ସଂଗଠନରେ କାମ କରୁଥିବା ଡାକ୍ତରଙ୍କୁ ମଧ୍ୟ ସାମିଲ୍‌ କରାଯାଇଛି। ଏହି ତାଲିକାରେ ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ପିଏମ୍‌ଜିକେବିଓ୍ବାଇ, ଏନ୍‌ଓ୍ବାଇକେ, ନର୍ସ, ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସାମିଲ୍‌ କରାଯାଇଛି। ସେମାନଙ୍କ ମଧ୍ୟରେ ୯ ଲକ୍ଷ ୨୭ ହଜାରରୁ ଅଧିକ ଡାକ୍ତର ରହିଛନ୍ତି। ସେହିପରି ଲକ୍ଷେ ୫୦ ହଜାରରୁ ଅଧିକ ମେଡିକାଲ ଛାତ୍ରୀଛାତ୍ର ମଧ୍ୟ ରହିଛନ୍ତି। ଏଥିରେ ୧୭ ଲକ୍ଷରୁ ଅଧିକ ନର୍ସ, ୨ ଳକ୍ଷରୁ ଅଧିକ ଡେଣ୍ଟିଷ୍ଟ୍‌, ୮ ଲକ୍ଷରୁ ଅଧିକ ଆୟୂଷ ଡାକ୍ତର ରହିଥିବା ସରକାର ସୂଚନା ଦେଇଛନ୍ତି।

Share