ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ପ୍ରଥମ ତିନୋଟି ପର୍ଯ୍ୟାୟର ମୁଖ୍ୟ କର୍ଣ୍ଣଧାର ଥିଲେ ସରକାର ଅର୍ଥାତ ପ୍ରଶାସନ। ଏବେ ଜୁନ୍ ମାସ ଚତୁର୍ଥ ପର୍ଯ୍ୟାୟର ସମୟ। ଏହି ପର୍ଯ୍ୟାୟର ମୁଖ୍ୟ କର୍ଣ୍ଣଧାର ହେବେ ପ୍ରତିଟି ଘରର ସଦସ୍ୟ। ଏହି ପର୍ଯ୍ୟାୟର ସଫଳ ପରିଚାଳନାରେ ହିଁ ଆମ ସମସ୍ତଙ୍କର ଏବଂ ଆମର ପରପୀଢ଼ିର ଭବିଷ୍ୟତ ନିର୍ଭର କରିବ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତୋ ବାଗ୍ଚୀ କହିଛନ୍ତି।