କରୋନା ସହ ଲଢ଼େଇ ପାଇଁ ଅଣ୍ଟାଭିଡ଼ା: ତୁର୍କୀର ୩୧ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ

ଆଙ୍କରା,୧୧।୪: କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ରୋକିବା ପାଇଁ ତୁର୍କୀର ୩୧ଟି ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ ଜାରି ହୋଇଥିବା ଅଞ୍ଚଳ ମଧ୍ୟରେ ରାଜଧାନୀ ଆଙ୍କରା, ଆଦନା, ଅନ୍ତାଲ୍ୟା, ଆୟାଦିନ୍‌, ବାଲିକସିର୍‌, ବୁର୍ସା, ଡେନିଜିଲ୍‌ ଆଦି ସହର ରହିଛି। କର୍ଫ୍ୟୁ ସମୟରେ ହସ୍ପିଟାଲ, ଔଷଧ ଦୋକାନ ଆଦି ଖୋଲା ରହିବ। ତେବେ ଅନ୍ତିମ ସଂସ୍କାର ଉପରେ କର୍ଫ୍ୟୁ ଲାଗୁ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣକୁ ରୋକିବା ଲାଗି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେଣୁ ଭୟର କୌଣସି କାରଣ ନାହିଁ ବୋଲି ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ୍‌ ସୋୟଲୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ କରୋନା ସଂକ୍ରମଣ ଯୋଗୁ ତୁର୍କୀରେ ୧୦୦୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪୭,୦୨୯ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ୨,୪୩୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share