ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଦେଖାଦେଇଛି। ଦେଶର ଜନସଂଖ୍ୟା ୧୩୦ କୋଟି ରହିଛି। ଏପରିସ୍ଥଳେ ଯଦି ଭାରତ କରୋନା ସଂକ୍ରମଣର ତୃତୀୟ ଷ୍ଟେଜ୍କୁ ଯାଏ, ତେବେ ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ଅସମ୍ଭବ ହୋଇ ପଡ଼ିବ। ଭାରତ ପାଖରେ ମାତ୍ର ୪୪ ହଜାର ଭେଣ୍ଟିଲେଟର ରହିଛି। ଯାହାକି ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରର୍ଯ୍ୟାପ୍ତ ନୁହେଁ । ଏପରିସ୍ଥଳେ ଲକ୍ ଡାଉନ୍, ଆଇସୋଲେଶନ ଏବଂ କ୍ୱାରାଣ୍ଟାଇନ୍ ସହିତ ସଚେତନତା ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରାଯିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।