କରୋନା ସହ ଲଢିବାକୁ ଆମେରିକାରେ ନେତୃତ୍ୱର ଅଭାବ ରହିଛି: ଓବାମା

ଓ୍ବାଶିଂଟନ,୧୭।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ଦେଖାଦେଇଥିବା କରୋନା ଭାଇରସ ସଂକ୍ରମଣକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ଉପରେ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି। ସେ କଲେଜ ଗାଜୁଏଟ୍ସ ଛାତ୍ରଙ୍କୁ ଅନ୍‌ଲାଇନରେ ସମ୍ବୋଧନ କରିବା ସମୟରେ କହିଛନ୍ତି ମହାମାରୀ କରୋନା ଦେଖାଇଦେଲା ଯେ ଏହାସହ ଲଢିବାକୁ ଆମେରିକାରେ ନେତୃତ୍ୱର ଅଭାବ ରହିଛି। କାରଣ ଏଠାରେ ଅନେକ ଅଧିକାରୀ ପ୍ରଭାରୀ ହେବାର ନାଟକ ମଧ୍ୟ କରୁ ନାହନ୍ତି ବୋଲି ଓବାମା କହିଛନ୍ତି। ତେବେ କୃଷ୍ଣକାୟଙ୍କ ଉପରେ ଏହା ଏକ ପ୍ରାକୃତିକ ବିପତ୍ତି ବୋଲି ସେମାନେ ଧରିନେଇଥିବା ଓବାମା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ କରୋନା ଭାଇରସ ସବୁଠାରୁ ଅଧିକ ପ୍ରଭାବ କୃଷ୍ଣକାୟଙ୍କ ଉପରେ ପକାଇଛି ବୋଲି କୁହାଯାଏ। ତେଣୁ ସେ କହିଛନ୍ତି କରୋନା କେବଳ ଅନ୍ତର୍ନିହିତ ଅସାମନତା ଓ ଅତିରିକ୍ତ ବୋଝକୁ ଉଜାଗର କରୁଛି ଯାହା କେବଳ କୃଷ୍ଣକାୟଙ୍କ ଉପରେ ପଡିବ ବୋଲି ସେ ପରୋକ୍ଷରେ କହିଛନ୍ତି।

Share