କରୋନା ସହ ଲଢିବାକୁ ଗରିବଙ୍କୁ ବଣ୍ଟାଗଲା ‘ମୋଦି ଗାମୁଛା’

ବରାଣସୀ,୧୩।୪: କରୋନା ଯୁଦ୍ଧରେ ଜିତିବାକୁ ହେଲେ ମାସ୍କ, ସାନିଟାଇଜର ଆଦି ବ୍ୟବହାର କରିବା ଜରୁରୀ ବୋଲି କୁହାଯାଇଛି। ଏମିତିକି କେତେ ଗୁଡିଏ ରାଜ୍ୟରେ ମାସ୍କ ନ ପିନ୍ଧିଲେ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ସମସ୍ତେ ମାସ୍କ କିଣି ନ ପାରିଲେ ବି ଗାମୁଛା, ରୁମାଲ, ସଫା କପଡା ଆଦି ଦ୍ୱାରା ମୁହଁ ଘୋଡାଇ ହେବାକୁ କୁହାଯାଇଛି। ଏହି କ୍ରମରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ ଅବଧି ବୃଦ୍ଧିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଉଥିବା ବେଳେ ନିଜ ମୁହଁକୁ ଗାମୁଛାରେ ଗୁଡାଇଥିବା ଦେଖାଯାଇଥିଲା। ମୋଦି ମଧ୍ୟ କହିଥିଲେ ମାସ୍କ ନ ଥିଲେ ଆମେ ଗାମୁଛାରେ ମୁହଁ ଘୋଡାଇ ପାରିବା। ଏହାକୁ ଦେଖି ଏବେ ମୋଦିଙ୍କ ନିର୍ବାଚନ ମଣ୍ଡଳି ବାରାଣସୀରେ ଗରିବା ଲୋକଙ୍କୁ ମୋଦି ଗାମୁଛା ମିଳୁଥିବା ଦେଖାଯାଇଛି। କେସରବାନି ସ ମାଜ ପକ୍ଷରୁ ଏହି ସ୍ବତନ୍ତ୍ର ଗାମୁଛା ତିଆରି କରାଯାଇ ଗରିବଙ୍କୁ ବାଣ୍ଟି ଦିଆଯାଉଛି।

Share