କରୋନା ସହ ଲଢିବାକୁ ପ୍ରଭାସ ଦେଲେ ୪ କୋଟି ଟଙ୍କା

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସ କରୋନା ସଂକ୍ରମଣ ପାଇଁ ୪ କୋଟି ଟଙ୍କା ଦାନ କରିଥିବା ସୂଚନା ମିଳିଛି। ଏହି ଅଭିନେତା ଗୁରୁବାର ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୩ କୋଟି ଟଙ୍କା ଦେଇଥିବା ବେଳେ ୫୦ଲକ୍ଷ ଲେଖାଏଁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିଥିବା ଜଣାପଡିଛି। ନିକଟରେ ଜର୍ଜିଆରୁ ଶୁଟିଂ ସାରି ଫେରିଥିବା ପ୍ରଭାସ କରୋନା ସଂକ୍ରମଣକୁ ଦେଖି ୧୪ ଦିନ ପାଇଁ ସେଲ୍ଫ ଆଇସୋଲେଶନରେ ରହିଛନ୍ତି। ସୂଚନାଯୋଗ୍ୟ, ଏବେ ସାରା ବିଶ୍ୱରେ କରୋନା ତା’ର ପ୍ରଭାବ ଦେଖାଇଥିବା ବେଳେ ଭାରତରେ ୭୨୪ ଜଣ କେରାନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ଦେଖି ବଲିଉଡ୍‌ ସେଲିବ୍ରିଟିମାନେ ସହାୟତାର ହାତ ବଢାଇଥିବା ଦେଖାଯାଇଛି।

Share